ମାସ୍କର ଏପରି ଅଦ୍ଭୁତ ଅନୁବାଦ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସେଲିବ୍ରେଟିମାନଙ୍କ ମଧ୍ୟରୁ ବିଗ୍‌ ବି ଅମିତାଭ ବଚ୍ଚନ ଅନ୍ୟତମ। ବଚ୍ଚନ ସାହେବ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଅନେକ ସମୟରେ ମଜାଦାର୍‌ ପୋଷ୍ଟ୍‌ ସବୁ କରି ପ୍ରଶଂସକଙ୍କ ମନୋରଞ୍ଜନ କରାଇବା ସହ ଚର୍ଚ୍ଚାରେ ରହିଥାନ୍ତି।

ନିକଟରେ ବିଗ୍‌ ବି ମାସ୍କର ଯେପରି ଅନୁବାଦ କରିଛନ୍ତି ତାହା ଆପଣ ଜାଣିଲେ ହସି ହସି ବେଦମ୍‌ ହେବେ। ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ମାସ୍କର ହିନ୍ଦୀ ଅନୁବାଦ କରିଛନ୍ତି। ସେ ତାଙ୍କ ନିଜର ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋ ଦେଇ ସେ ଲେଖିଛନ୍ତି, ‘ମିଳିଗଲା! ମିଳିଗଲା! ମିଳିଗଲା! ବହୁତ ପରିଶ୍ରମ ପରେ ମାସ୍କ୍ ଅନୁବାଦ ମିଳିଗଲା।’ ସେ ମାସ୍କର ହିନ୍ଦୀ ଅନୁବାଦ କରି ଲେଖିଛନ୍ତିି ‘ନାସିକାମୁଖ ସଂରକ୍ଷକ କୀଟାଣୁରୋଧକ ବାୟୁଛାନକ ବସ୍ତ୍ରୋଡୋରିୟୁକ୍ତପାଟିକା’।

 

ଅମିତାଭଙ୍କର ଏହି ପୋଷ୍ଟ୍‌ ଦେଖି ପ୍ରଶଂସକମାନେ ମଜାଦାର କମେଣ୍ଟ୍‌ ସବୁ ଲେଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସାର୍‌ ଏତେ ଭୟଙ୍କର ଅନୁବାଦକୁ କିପରି ମନେ ରଖି ହେବ? ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏହା ଅନୁବାଦ ନା ପରବର୍ତ୍ତୀ କେବିସି ପ୍ରଶ୍ନ?‌ ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ହେ ଭଗବାନ ମୁଁ ଠିକ୍‌ ଭାବେ ପଢ଼ିପାରୁ ନାହିଁ।

ସମ୍ବନ୍ଧିତ ଖବର