ହାଟଡ଼ିହି : ଲୁଟ ବାଇକ, ସିସି କ୍ୟାମେରା ପୋଖରୀରୁ ଉଦ୍ଧାର

ହାଟଡ଼ିହି : ନନ୍ଦିପଦା ଥାନା ଚଣ୍ଡୀବିରଞ୍ଜିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଗତ ଫେବ୍ରୁଆରି ମାସ ୨୬ତାରିଖ ରାତିରେ ଚୋରି ହୋଇଥିବା ବାଇକ ଓ ସିଟିଭି କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ଆଜି ସ୍କୁଲ ପରିସରରେ ଥିବା ପୋଖରୀରୁ ଉଦ୍ଧାର କରାଯାଇଛି। ଆଜି ପୋଖରୀରେ ମାଛ ଧରିବାକୁ ଯିବାବେଳେ ବାଇକଟିକୁ ପ୍ରଥମେ ଠାବ କରାଯାଇଥିଲା। ଅନ୍ୟ ସାମଗ୍ରୀ ଗୁଡିକ ପଙ୍କରେ ପୋତି ହୋଇହୋଇ ରହିଥିବା ଦେଖାଯାଇଥିଲା। ଚୋରି ସମ୍ପର୍କରେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ନନ୍ଦିପଦା ଥାନାରେ ଲିଭିତ ଅଭିଯୋଗ କରିଥିଲେ ବି ପୁଲିସ ଆଜି ପର୍ଯ୍ୟନ୍ତ ଚୋରଙ୍କୁ ଠାବ କରିବାରେ ସଫଳ ହୋଇ ପାରି ନାହିଁ। କେବଳ ମାମଲା ରୁଜୁ କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେହି ଦୁର୍ବୃତ୍ତ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଚୋରି ଉଦ୍ଦେଶ୍ୟରେ ନୁହେଁ, ବରଂ ଆକ୍ରାଶମୂଳକ ଭାବରେ ଏହା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର