ଶୁଭ୍ରା କୁଣ୍ଡୁଙ୍କୁ ଅନ୍ତରୀଣ ଜାମିନ

କଟକ : ରୋଜ୍ ଭ୍ୟାଲି ଚିଟଫଣ୍ଡ୍ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିବା ଶୁଭ୍ରା କୁଣ୍ଡୁଙ୍କୁ ହାଇକୋର୍ଟ ଦୁଇ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଅନ୍ତରୀଣ ଜାମିନରେ ଛାଡ଼ିବେ। ଏଥି ସହିତ ନିମ୍ନ ଅଦାଲତ ଏଥି ପାଇଁ ଅଧିକ ସର୍ତ୍ତ ଧାର୍ଯ୍ୟ କରିପାରିବେ। ଜଷ୍ଟିସ୍‌ ସଙ୍ଗମ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଭ୍ରାଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର