ଶ୍ରୁତି ମହାପାତ୍ର ପାଇଲେ ‘ନାରୀଶକ୍ତି ପୁରସ୍କାର’

ନୂଆଦିଲ୍ଳୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାରରେ ସମ୍ମାନିତ କରାଯାଇଛି।

ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । କୋଭିଡ-୧୯ ମହାମାରୀ କାରଣରୁ ଦେଖା ଦେଇଥିବା ପରିସ୍ଥିତି ଯୋଗୁ ୨୦୨୦ ଏବଂ ୨୦୨୧ରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇପାରି ନଥିଲା।

ସମ୍ବନ୍ଧିତ ଖବର