ନୀଳଗିରି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଭଞ୍ଜନଗର ସାମ୍ବାଦିକଙ୍କ ପକ୍ଷରୁ ବାଇକ୍ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଭଞ୍ଜନଗର : ଦିନକୁ ଦିନ ପୋଲିସ ଅମାନୁଷିକ ଆଚରଣ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଛି । ନିକଟରେ ଜଣେ କର୍ତ୍ତବ୍ୟରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖାନା ରେ ମଧ୍ୟ ତାଙ୍କ ଗୋଡ଼ ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ରେ ଏକ ନିନ୍ଦନୀୟ ଘଟଣା ପାଲଟିଛି । ସାମ୍ୱାଦିକଟିଏ ଏଠି ସୁରକ୍ଷିତ ନୁହଁ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ସମ୍ବାଦ ତଥା କନକ ଟିଭି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ ମାରିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ ବେଡ଼ି ପକାଇବା ଭଳି ଅମାନବୀୟ ଘଟଣାକୁ ନେଇ ଭଞ୍ଜନଗର ସାମ୍ୱାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି । ନୀଳଗିରି ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭଞ୍ଜନଗର ସହରରେ ବାଇକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାପରେ ସମସ୍ତ ସଦସ୍ୟ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯଦି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅ ନ ଯାଏ ଆଗାମୀ ଦିନରେ ଏହା ଆନ୍ଦୋଳନରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି । ଏଥିରେ ସଭାପତି ଲୋକନାଥ କର, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପାତ୍ର,ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ନଚିକେତା ପ୍ରଧାନ, ପ୍ରଦୀପ ସ୍ୱାଇଁ,ସୁଶାନ୍ତ କୁମାର ସାହୁ,ରବୀନ୍ଦ୍ର ଗୌଡ,ନିଲୁ ବିଷୋୟୀ,ସୁଜିତ୍ ବିଷୋୟୀ,ଭବାନୀ ପାଲ,ରବୀନ୍ଦ୍ର ପ୍ରଧାନ,ଅମରେନ୍ଦ୍ର ପଟ୍ଟନାୟକ,ପପୁ ପ୍ରଧାନ,ପୁରୁଷୋତ୍ତମ ମହାପାତ୍ର,ଗିରିଶ ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

ସମ୍ବନ୍ଧିତ ଖବର