କଳାଧନ ପାଇଁ ୧୩,୫୬୬ କୋଟିର ଟିକସ ନୋଟିସ୍‌ ଜାରି

ନୂଆଦିଲ୍ଲୀ : କଳାଧନକୁ ନେଇ ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ଚାରି ବର୍ଷରେ ୧୩,୫୬୬ କୋଟି ଟଙ୍କାର ଟିକସ ନୋଟିସ୍‌ ଜାରି କରାଯାଇଛି। କେବଳ ୨୦୨୧୦୨୨ରେ ୫,୫୩୦ କୋଟି ଟଙ୍କାର ନୋଟିସ୍‌ ପଠାଯାଇଥିଲା ବୋଲି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। କଳାଧନ (ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି) ଓ ଟିକସ ଲାଗୁ ନିୟମ, ୨୦୧୫ ଆଧାରରେ ୩୪୯ଟି ମାମଲାରେ ଏହି ନୋଟିସ୍‌ ପଠାଯାଇଥିବା ସେ କହିଛନ୍ତି। ଟିକସ ଓ ଜରିମାନା ଆକାରରେ ସରକାର ୨୪୭୬ କୋଟି ଟଙ୍କା ପାଇଛନ୍ତି।

ସମ୍ବନ୍ଧିତ ଖବର