ବିଦ୍ୟୁତ୍ ସଟ୍‌ସର୍କିଟ୍ ଯୋଗୁଁ ଅଗ୍ନକାଣ୍ଡ: ୩ ବଖରା ଜଳିଗଲା

ଦଶରଥପୁର: ବିଦ୍ୟୁତ୍ ସଟ୍‌ସର୍କିଟ୍ ଯୋଗୁଁ ଅଗ୍ନକାଣ୍ଡ ଘଟି ତିନିବଖରା ଛଣଛପର ଘର ପୋଡ଼ି ଯାଇଥିବାବେଳେ ଘରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଶନିବାର ଦିନ ପ୍ରାୟ ଗୋଟାଏରେ ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ କସବା ଗ୍ରାମର ଆଦିକାନ୍ତ ମଲ୍ଲିକଙ୍କ ଛଣଛପର ଘରେ ବିଦ୍ୟୁତ୍ ସଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ଏହା ତିନିବଖରାକୁ ବ୍ୟାପିଯାଇଥିଲା।

ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଫଳରେ ଘରେ ଥିବା ଧାନଚାଉଳ, କଂସାବାସନ ଓ ପୋଷାକପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଦଶରଥପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିବିପନ୍ନ ଆଦିକାନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର