ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ୨.୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ସେଥିମଧ୍ୟରୁ ୱାର୍ଡ ନଂ ୫୧ ଅନ୍ତର୍ଗତ ସୌଭାଗ୍ୟନଗର ବ୍ୟାଙ୍କ କଲୋନିର ୨ଟି ରାସ୍ତାର ଉନ୍ନତୀକରଣ ପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ୨୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୬୪ ନଂ ୱାର୍ଡର ପଞ୍ଚସଖା ନଗରରେ ୧.୦୧ କୋଟି ଟଙ୍କା ବିନିମୟରେ ୨ଟି ଡ୍ରେନ, ଡୁମୁଡୁମା ମିନି ଷ୍ଟାଡିୟମର ଉନ୍ନତୀକରଣ ପାଇଁ ୧୫ ଲକ୍ଷ, ପୂର୍ତ୍ତ ବିଭାଗ ପକ୍ଷରୁ କସମୋପଲିସ୍‌ ନିକଟରେ ୮୭ ଲକ୍ଷ ଟଙ୍କାରେ ମୁଖ୍ୟ ନାଳ ନିର୍ମାଣ ପାଇଁ ମଧ୍ୟ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କର୍ପୋରେଟର ବିନୟିନି ଜେନା, ସକିବା ମୁସରତ, ଶ୍ରୀଧର ବେହେରା, ପୂର୍ବତନ କର୍ପୋରେଟର ମୁଜାହିଦ୍ ହୁସେନ, ମଣିପୁରର ପୂର୍ବତନ ଡିଜିପି ରତ୍ନାକର ବରାଳ, ଦୂରଦର୍ଶନର ପୂର୍ବତନ ଅଧିକାରୀ ଉମେଶ ମହାପାତ୍ର, ଅନନ୍ତ ପ୍ରସାଦ ଦାସ, ରବିନାରାୟଣ ଦାସ, ପ୍ରଭାକର ସିଂ, ଶେଖ୍ ସବାକତ୍ ଅଲ୍ଲୀ, ହାଡ଼ିବନ୍ଧୁ ଦାସ, ରାଜେଶ ପାତ୍ର ଏବଂ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର