ଡେଙ୍ଗଣା ନୃସିଂହ ନାରାୟଣପୁର ଶାସନରେ ବାହୁଡା ଯାତ୍ରା

ପଣ୍ଡାପଡା : ଘଟଗାଁ ବ୍ଲକ୍‌ ପଟିଲୋ ପଞ୍ଚାୟତ ଡେଙ୍ଗଣା ନୃସିଂହ ନାରାୟଣପୁର ଶାସନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଆଜି ଅପରାହ୍ଣ ୪ଟାରେ ବଡଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବୀରେନ୍ଦ୍ରକୁମାର ତ୍ରିପାଠୀ ରଥରେ ଛେରାପହଁରା କରିଥିଲେ। ରସାନନ୍ଦ ମିଶ୍ର, ଦୀପକ ତ୍ରିପାଠୀ, ପ୍ରୀତମ ମିଶ୍ର ଓ ସ୍ବାଗତ ମିଶ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରିଥିଲେ। ଗୋବିନ୍ଦ ମହାକୁଡ ସାରଥି ଦାୟିତ୍ବ ତୁଲାଇ ଥିଲେ। ମନୋରଞ୍ଜନ ମିଶ୍ର, କ୍ଷେତ୍ରମୋହନ ମିଶ୍ର, ଲୁଲେନ୍ଦୁ ମିଶ୍ର,  ପୂର୍ଣ୍ଣଚନ୍ଦ୍ର ମିଶ୍ର, ରବୀନ୍ଦ୍ର ପଣ୍ଡା, କୈଳାଶ ନାଏକ, ବସନ୍ତ ମହାନ୍ତ ପୁରିଆ ମହାରଣା, ଆଦିକନ୍ଦ ନାୟକ, ନିରଞ୍ଜନ ନାଏକ, କୈଳାଶ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବକ୍ସିବାରିଗାଁରେ ଅଭିମନ୍ୟୁ ତିଓ୍ବାରୀ ଓ ସାଈଶଙ୍କର ତିଓ୍ବାରୀ ଶ୍ରୀବିଗ୍ରଙ୍କୁ ପୂଜାର୍ଚ୍ଚନା କରିଥିଲେ। ରଥରେ ଫକୀର ମୋହନ ରାଉଳ ଛେରାପହଁରା କରିଥିଲେ। ଭାସ୍କରଚନ୍ଦ୍ର ନାଏକ ସାରଥି ଦାୟିତ୍ବ ତୁଲାଇ ଥିଲେ। ରବୀନ୍ଦ୍ର ବେହେରା, ଅକ୍ଷୟ ରଣା, ଦୁଃଶାସନ ସାହୁ, ରାଜକିଶୋର ବାରିକ, ବୃନ୍ଦାବନ ନାଏକ, ମଙ୍ଗୁଳୁ ବେହେରା, ଭୀମସେନ ବାରିକ, ଶରଣ ବାରିକ, ସଞ୍ଜୟ ରାଉଳ, ସନ୍ତୋଷ ବାରିକ,  ନିତ୍ୟାନନ୍ଦ ଦେହୁରୀ, କୁଞ୍ଜ ବେହେରା, ନିରଞ୍ଜନ ପାତ୍ର, କୁଳମଣି ଦେହୁରୀ, ଅଭିମନ୍ୟୁ ବେହେରା, ହୁନ୍ଦର ବାରିକ, ରମାକାନ୍ତ ସାହୁ, ଯଶୋବନ୍ତ ବାରିକ ପ୍ରମୁଖ ପରିଚାଳନା  କରିଥିଲେ।

ହୁଣ୍ଡାଠାରେ ଶଶଧର ଶତପଥୀ ଓ ସନ୍ତୋଷ ଶତପଥୀ ରଥାରୂଢ ଦିଅଁଙ୍କ ପୂଜାର୍ଚ୍ଚନା କରିଥିଲେ। ସନିଆଁ ନାଏକ ସାରଥି କାର୍ଯ୍ୟ ତୁଲାଇ ଥିଲେ। ରଥ ପୃଷ୍ଠରେ ହେମନ୍ତ କୁମାର ଭଞ୍ଜ ଛେରାପହଁରା କରିଥିଲେ। ସରପଞ୍ଚ ମନୋଜକୁମାର ନାଏକ, ଆର୍ତ୍ତତ୍ରାଣ ଅମାନ୍ତ, ପ୍ରମୋଦରଞ୍ଜନ ବେହେରା, ମାର୍କଣ୍ଡ ବେହେରା, ଦାଶରଥି ବେହେରା, ଗୋବର୍ଦ୍ଧନ ମାଝୀ, ନିତ୍ୟାନନ୍ଦ ବେହେରା, ସୁଦାମଚରଣ ନାଏକ, ବିଦ୍ୟାଧର ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର