ସରୁନି ଟିକା ଅଡୁଆ: ୩୦୦ ଟିକାକୁ ୨ ହଜାର ଲୋକ, ଭିଡ ଠେଲା ପେଲାରେ ୨ ଅଚେତ 

ଭଞ୍ଜନଗର: କରୋନ ମହାମାରୀ ସଂକ୍ରମଣରୁ ସୁରକ୍ଷା ପାଇଁ ଟିକାକରଣକୁ ଗୁରୁତ୍ବ ଦିଆଯାଇଛି। ତୃଣମୂଳ ସ୍ତରରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଜନସାଧାରଣଙ୍କ ଟିକାକରଣକୁ ବ୍ୟପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଦୀର୍ଘ ଏକମାସ ଧରି ପ୍ରଥମ ଡୋଜ୍ ଟିକାକରଣ ବନ୍ଦ ରହିଥିବା ବେଳେ ସୋମବାର ଠାରୁ ପୁଣି ଏହାକୁ ଗଂଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି। ଦ୍ବିତୀୟ ଡୋଜ୍ ଏକ ପ୍ରକାର ସୁରୁଖୁରୁରେ ଚାଲିଥିବା ବେଳେ ପ୍ରଥମ ଡୋଜ୍ ପୁନଶ୍ଚ ଆରମ୍ଭ ହେବା ପରେ ଟିକାକରଣ କେନ୍ଦ୍ର ଗୁଡ଼ିକରେ ହେଉଥିବା ଭିଡ କରୋନା ମହାମାରୀର ଆଉ ଏକ ଲହରକୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି। ସଂକ୍ରମଣ ଭୟ ଦୂର ହୋଇନଥିବା ବେଳେ ତୃତୀୟ ଲହର ଆସିବା ନେଇ ବିରଶେଷଜ୍ଞ ମାନେ ସର୍ତ୍ତକ କରାଇଛନ୍ତି।

ଟିକାକେନ୍ଦ୍ର ଗୁଡ଼ିକରେ ଧାର୍ଯ୍ୟ ସଂଖ୍ୟା ଠାରୁ ଢେର ଗୁଣା ଅଧିକା ଲୋକ ମାତନେ ଟିକାକରଣ କେନ୍ଦ୍ର ଆଗରେ ଜମା ହେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାହାଡାପଦର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଟିକାକରଣ କେନ୍ଦ୍ର ସାମ୍ନାରେ ଆଜି ନାହିଁ ନଥିବା ଭିଡ଼ି ପରିଲିକ୍ଷିତ ହୋଇଛି। ୩୦୦ ଡୋଜ୍‌ ଟିକା ଆସିଥିବା ବେଳେ ପାଖାପାଖି ୨ ହଜାର ଲୋକ ଟିକା ନେବା ପାଇଁ ଜମା ହୋଇଥିଲେ। ଯାହା ଫଳରେ ପରିସ୍ଥିତି ଅଣାୟତ ହେବା ଆଶଙ୍କା କରି ସ୍ବାସ୍ଥ କର୍ମଚାରୀ ମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବା‌ ପରେ ତିନି ଘଣ୍ଟା ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିଲା।

ଏହି ଭିଡ଼ରେ ଜଣେ ବୃଦ୍ଧା ଗ୍ରୀଲ୍‌ରେ ଲାଗି ତାଙ୍କ ଗୋଡରେ ଆଘାତ ଲାଗିଥିବା ବେେଳେ ୨ଜଣ ବ୍ୟକ୍ତି ଅଚେତ ହୋଇପଡିଥିଲେ। ଏହାପରେ ଉପସ୍ଥିତ ଥିବା ପୁଲିସ୍‌ କର୍ମଚାରୀ ଏବଂ ସ୍ବାସ୍ଥ କର୍ମୀ ସେମାନଙ୍କୁ ଏକ କକ୍ଷକୁ ନେଇ ପାଣି ଦେବା ପରେ କିଛି ସମୟ ପରେ ସେମାନେର ସୁସ୍ଥ ହୋଇଥିଲେ। ଆଖାପାଖ ଇଲାକାର ପ୍ରାୟ ୨୦ ଖଣ୍ଡରୁ ଉର୍ଦ୍ଧ ଗ୍ରାମର ଶତାଧିକ ପୁରୁଷ ମହିଳା,ବୟସ୍କ ବ୍ୟକ୍ତି ସ୍ବାସ୍ଥକେନ୍ଦ୍ର ଆଗରେ ଆସି ଜମା ହୋଇଥିଲେ। ତେବେ ପ୍ରବଳ ଭିଡ଼ ଯୋଗୁ କିଛି ଅପ୍ରିତିକର ପରିସ୍ଥିତି ଉପୁଜିଥିବା ଆଶଙ୍କା କରି ଟକାକରଣ ସ୍ବଭାବିକ ହୋଇ ପାରିନଥିଲା। ରାସ୍ତା ଉପରେ ଶତାଧିକ ବାଇକ ଓ କାର୍ ଜମା ହୋଇଥିଲା।ଏହାପରେ ପୁଲିସ୍‌ ପହଞ୍ଚି ଲୋକ ମାନଙ୍କୁ ବୁଝାଶୁଝା କରିବା ପରେ ଟିକା ନେବା ଆସିଥିବା ଲୋକ ମାନେ ନିରାଶ ହୋଇ ଫେରିଥିଲେ।

ସମ୍ବନ୍ଧିତ ଖବର