ସକାଳୁ ମିଳିଲା ଅବଢ଼ା

ପୁରୁଣା ଭୁବନେଶ୍ୱର: ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ଠାକୁରଙ୍କ ଅବଢ଼ା ପ୍ରସାଦ ମିଳିଛି। ଆଜିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସର୍ବସାଧାରଣ ସକାଳୁ ଏହି ପ୍ରସାଦ ପାଇବେ। ମନ୍ଦିରରେ ଭୋର ସାଢ଼େ ୫ଟାରେ ମଙ୍ଗଳ ଆଳତି, ୬ଟାରେ ହୋମ, ସାଢ଼େ ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟା ୪୦ରେ ମିନିଟ୍‌ରେ ସକାଳ ଧୂପ ସମାପନ ହୋଇଥିଲା। ଏହା ପରେ ଅବଢ଼ା ମିଳିଥିଲା। ପୂର୍ବାହ୍ଣ ୯ଟା ୩୦ମିନିଟ୍‌ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହୋଇଥିଲା। ଠାକୁରଙ୍କୁ ଆଜି ଧନୁ ମୁଆଁ ଲାଗି କରାଯାଇଥିଲା। ସେହିପରି ବିଭିନ୍ନ ଦେବଦେବୀଙ୍କ ନିକଟରେ ମୁଆଁ ଭୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର