ପରୀକ୍ଷା ବାତିଲ୍‌ ଦାବିରେ ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ଯୁକ୍ତ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ୍‌ ଦାବିରେ ଗତକାଲି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଯେଉଁଥିପାଇଁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପରୀକ୍ଷାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜୁଲାଇ ୭ରୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରମାଦେବୀ ଓ ଉତ୍କଳ ପରେ ପରୀକ୍ଷା ବାତିଲ୍‌ ଦାବି ଆଜି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି। ଏଠାକାର ଛାତ୍ରଛାତ୍ରୀ ଆଜି ଧାରଣ ଦେଇଛନ୍ତି। ସେମାନେ ପରୀକ୍ଷା ବାତିଲ କର ନ ହେଲେ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଦାବି କରିଛନ୍ତି।

ସେମାନେ ପ୍ରଶ୍ନ ଉଠାଇଛନ୍ତି ଯେ ବର୍ତମାନ ସ୍ଥିତିରେ ଜୁନ୍‌ ଓ ଜୁଲାଇ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ କରୋନା ସଂକ୍ରମଣ ଶୀର୍ଷକୁ ଛୁଇଁବାର ଆଶଙ୍କା ରହିଛି। ସମସ୍ତଙ୍କୁ ଏହା ଜଣାଥିଲେ ମଧ୍ୟ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସାରା ଦେଶ ସହ ରାଜ୍ୟରେ କରୋନା କାୟା ବିସ୍ତାର କରୁଥିବା ବେଳେ ଏକାଠି ହୋଇ ପରୀକ୍ଷା ଦେବା ଓ ଗୋଟିଏ ହଷ୍ଟେଲରେ ରହିବା, ଏକାଠି ଖାଇବା ଦ୍ବାରା ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ବର୍ତମାନ ପରିସ୍ଥିତିରେ ପରୀକ୍ଷା କରିବା ଅର୍ଥାତ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳିବା। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର