ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା, ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

କଣ୍ଟାବାଞ୍ଜି: ଭିଜିଲାନ୍ସ ଜାଲରେ ପଡିଛନ୍ତି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା। କଲେଜ ଲାଇବ୍ରେରିଆନଙ୍କଠାରୁ ଅଧ୍ୟକ୍ଷା ମିନତି ରଥ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ବଲାଙ୍ଗୀରସୋନପୁରସମ୍ବଲପୁର ଭିଜିଲାନ୍ସ ଟିମ ଏହି ଚଢ଼ାଉରେ ସାମିଲ ଥିଲେ ଲାଇବ୍ରେରିଆନ ଡୋଲାମଣି ମେହେର କୌଣସି ଛୁଟି ଦରଖାସ୍ତ ନ ଦେଇ ଗୋଟିଏ ଦିନ କଲେଜ ଆସି ନଥିଲେ ତେବେ ଅଧ୍ୟକ୍ଷା ଲାଇବ୍ରେରିଆନଙ୍କୁ କାହିଁକି କଲେଜ ଆସିଲ ନାହିଁ ବୋଲି ପଚାରି କାରଣ ଦର୍ଶାଅ ନୋଟିସ ଦେବା ସହ ଲକ୍ଷ ଟଙ୍କା ନ ଦେଲେ ଚାକିରିରୁ  ବିଦା କରିଦେବି ବୋଲି ଧମକ ଦେଇ ଆସୁଥିଲେ ଲାଇବ୍ରେରିଆନଙ୍କୁ ଅଧ୍ୟକ୍ଷା ପ୍ରଥ‌ମେ ୮୦ ହଜାର ଏବଂ ପରେ ୨୦ ହଜାର ଟଙ୍କା ଦେବାକୁ ଚାପ ପକାଉଥିଲେ ସୋମବାର ଅଧ୍ୟକ୍ଷା ତାଙ୍କ ଘରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ହାତରେ ଧରା ପଡିଥିଲେ ଭିଜିଲାନ୍ସ ଟିମ ଅଧ୍ୟକ୍ଷାଙ୍କ ଆୟ ବହିଭୂର୍ତ ସମ୍ପତ୍ତି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର