ଚେନାବ ନଦୀ ଉପରେ ନିର୍ମାଣ କରାଯାଇଥିବା ରେଳ ପୋଲ ବିଶ୍ବର ଉଚ୍ଚତମ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ଚେନାବ ନଦୀ ଉପରେ ନିର୍ମାଣ କରାଯାଇଥିବା ପୋଲ ବିଶ୍ବର ଉଚ୍ଚତମ ରେଳ ପୋଲ ମାନ୍ୟତା ହାସଲ କରିଛି। ଏହା ପ୍ୟା‌ରିସ୍‌ର ଆଇଫିଲ୍ ଟାୱାର ଠାରୁ ମଧ୍ୟ ଉଚ୍ଚତାରେ ଅଧିକ ବଡ଼। ପୋଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାର ଏକ ଭିଡିଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ୍ ମିଡିଆରେ ଜାରି କରାଯାଇଛି। ସେଥିରେ କେତେକ ରୋଚକ ତଥ୍ୟ ଦିଆଯାଇଛି। ପୂର୍ବରୁ ଚୀନ୍‌ର ବେଇପାନ୍ ନଦୀ ଉପରେ ନିର୍ମାଣ କରାଯାଇଥିବା ସୁଇବାଇ ‌ରେଳ ପୋଲ ବିଶ୍ବର ସବୁଠୁ ଉଚ୍ଚତମ ରେଳ ପୋଲ ଥିଲା। ଚେନାବ ନଦୀ ଉପରେ ନିର୍ମାଣ କରାଯାଇଥିବା ପୋଲ ଆଇଫିଲ୍ ଟାୱାର ଠାରୁ ୩୫ ମିଟର ଅଧିକ ଉଚ୍ଚ।

ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଥିବା ଏହି ପୋଲ ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ଉପରେ ରହିଛି। ଏହି ପୋଲର ମୋଟ ଲମ୍ବ ହେଉଛି ୧୩୧୫ ମିଟର। ରେଳ ପଥ ବିଛାଇବାର ଗଭୀର ଅଭିଜ୍ଞତା ରଖିଥିବା ସଂସ୍ଥା ଇରକନ୍‌, କେଆର୍‌ସିଏଲ୍ ଓ ନର୍ଦନ ରେଲ୍‌ୱେ ପକ୍ଷରୁ ଏହି ପୋଲକୁ ନିର୍ମାଣ କରାଯାଇଛି। ବଡ଼ ଧରଣର ବିସ୍ଫୋରଣ, ଭୂମିକମ୍ପ୍ ଓ ଦ୍ରୁତ ବେଗରେ ବହୁଥିବା ପବନରେ କ୍ଷତିଗ୍ରସ୍ତ ହେବାର କମ୍ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର