ଫ୍ୟୁଚର-ରିଲାଏନ୍ସ ରିଟେଲ୍‌ ରାଜିନାମାକୁ ଧକ୍କା

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ୍‌କୁ ଫ୍ୟୁଚର ରିଟେଲ ବିକ୍ରି ନେଇ ହୋଇଥିବା ରାଜିନାମାକୁ ଆଜି ଶକ୍ତ ଧକ୍କା ଲାଗିଛି। ୨୪୭୧୩ କୋଟି ଟଙ୍କାରେ ଫ୍ୟୁଚର ଗ୍ରୁପ୍‌ ଏହାର ରିଟେଲ ଶାଖାକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍‌କୁ ବିକ୍ରି କରିବା ଲାଗି କରିଥିବା ରାଜିନାମା ଉପରେ ସିଙ୍ଗାପୁରସ୍ଥିତ ଏମର୍ଜେନ୍ସି ଆର୍ବିଟେଟର ପୂର୍ବରୁ ସ୍ଥଗିତାଦେଶ ଦେଇଥିଲେ। ପୂର୍ବରୁ ଫ୍ୟୁଚର ଏବଂ ଆମାଜନ ମଧ୍ୟରେ ହୋଇଥିବା ରାଜିନାମାକୁ ଏହା ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଆମାଜନ ସିଙ୍ଗାପୁରସ୍ଥିତ ଏମ‌େର୍ଜନ୍ସି ଆର୍ବିଟେଟରଙ୍କ ନିକଟକୁ ଯାଇଥିଲା। ନିର୍ଦ୍ଦେଶ ମଧ୍ୟ ଆମାଜନ ସପକ୍ଷରେ ଯାଇଥିଲା। କିନ୍ତୁ ଫ୍ୟୁଚର ରିଟେଲ ସେହି ନିର୍ଦ୍ଦେଶକୁ ଅଣଦେଖା କରୁଥିଲା। ଫଳରେ ଆମାଜନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟ ଆଜି ଫ୍ୟୁଚର ରିଟେଲ-ରିଲାଏନ୍ସ ରିଟେଲର ବିକ୍ରି ରାଜିନାମାର ଅଗ୍ରଗତି ଉପରେ ରହିତାଦେଶ ଜାରି କରିଛନ୍ତି। ବିଚାରପତି ଜେ ଆର୍‌ ମିଧା କିଶୋର ବିୟାନୀଙ୍କ ଫ୍ୟୁଚର ରିଟେଲ ଲିମିଟେଡକୁ ଆଉ କିଛି ପଦକ୍ଷେପ ନନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର