ଏକ୍ସଟ୍ରୁଜନ ଉପରେ ବେଦାନ୍ତ ଆଲୁମିନିୟମ୍‌ର ମାଷ୍ଟରକ୍ଲାସ୍‌

ନୂଆଦିଲ୍ଲୀ: ଏକ୍ସଟ୍ରୁଜନ୍ ଶିଳ୍ପର ଉତ୍ପାଦକତାରେ ଉନ୍ନତି ଆଣିବା ଲାଗି ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏକ ମାଷ୍ଟରକ୍ଲାସ୍‌ ଆୟୋଜନ କରାଯାଇଛି। ଏଥିରେ ଭାରତ, ଆମେରିକା, ବ୍ରିଟେନ, ପର୍ତୁଗାଲ, ଗ୍ରିସ, ଅଷ୍ଟ୍ରେଲିଆ ଏବଂ ଇସ୍ରାଏଲ୍‌ ଭଳି ଦେଶର ୬୦ଟି ସଂସ୍ଥାର ୩୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବିଶ୍ବର ଅଗ୍ରଣୀ ଏକ୍ସଟ୍ରୁଜନ ବିଶେଷଜ୍ଞ ଜୋନାଥନ ପାଙ୍ଗବର୍ଣ୍ଣ ଏହି ମାଷ୍ଟରକ୍ଲାସ୍‌ର ପରିଚାଳନା କରିଥିଲେ। ଦେଶର ପ୍ରମୁଖ ବୈଷୟିକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ।

ଏହି ମାଷ୍ଟରକ୍ଲାସ୍‌ରେ ବେଦାନ୍ତ ଆଲୁମିନିୟମର ଚିଫ୍ ମା‌ର୍କେଟିଂ ଅଫିସର ଆଲୋକ ରଞ୍ଜନ, ଗ୍ରାହକ ବୈଷୟିକ ସେବା ମୁଖ୍ୟ ରାମ ସନ୍ଦୀପମ୍ ଅଧିକାରୀ ମଧ୍ୟ ନିଜ ମତ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ କଂପାନିର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ଆମେ ଆୟୋଜନ କରିଥିବା ମାଷ୍ଟରକ୍ଲାସ୍‌ ପ୍ରତି ସମର୍ଥନ ବେଶ ଉତ୍ସାହଜନକ ଥିଲା ଏବଂ ଆଗାମୀ ଦିନରେ ଏଭଳି ଆହୁରି ଅଧିକ ଅଧିବେଶନ ଆୟୋଜନ କରିବାକୁ ଆମେ ଯୋଜନା ରଖିଛୁ।

ସମ୍ବନ୍ଧିତ ଖବର