ବ୍ୟାଙ୍କ ବଢ଼ାଇଲେ ଋଣ ସୁଧ ହାର

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌)ରେ ୦.୧୦% ବୃଦ୍ଧି ଘୋଷଣା କରାଯାଇଥିଲା। ଏହା ଜୁନ୍‌ ପହିଲାରୁ ଲାଗୁ କରାଯାଇଛି। ଫଳରେ ଷ୍ଟେଟ ଗ୍ରାହକଙ୍କୁ ମାସିକ କିସ୍ତିରେ କିଛି ଟଙ୍କା ଅଧିକ ଗଣିବାକୁ ପଡ଼ିବ। ଏହାର ଗୋଟିଏ ଦିନ ପରେ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନ୍‌ବି ପକ୍ଷରୁ ଋଣ ସୁଧ ହାର ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର