ଟିକାକରଣ ୩୪ କୋଟି ଟପିଲା, ୨୪ ଘଣ୍ଟାରେ ୪୪ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଟିକାକରଣ ୩୪ କୋଟି ଟପିଯାଇଛି। ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ଦେଶରେ ମୋଟ୍‌ ୩୪.୪୧ କୋଟି ଲୋକ ଟିକା ନେଇଛନ୍ତି। ଶୁକ୍ରବାର ଦେଶରେ ୩୮,୮୮,୬୪୩ ଡୋଜ୍‌ ଟିକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ୨୦,୦୮,୨୧୭ ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୯୭,୪୫୮ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାପରଠାରୁ ଏଯାବତ୍‌ ୧୮-୪୪ ବର୍ଷ ମଧ୍ୟରେ ମୋଟ୍‌ ୯,୬୧,୮୯,୯୪୦ ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବାବେଳେ ୨୩,୭୩,୫୦୭ ଜଣ ଦ୍ବିତୀୟ ଡୋଜ୍‌‌ ନେଇଛନ୍ତି। ୮ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଡୋଜ୍‌ ଦିଆଯାଇଛି। ସେହିପରି ଆନ୍ଧ୍ରପ୍ର‌ଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା‌, ହିମାଚଳପ୍ରଦେଶ, ଓଡ଼ିଶା, ପଂଜାବ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର