ଏଲ୍‌ପିଜି ଦାମ୍ ବଢ଼ିଲା

ଭୁବନେଶ୍ବର: ରିହାତି ଦରରେ ବିକ୍ରି କରାଯାଉଥିବା ଏଲ୍‌ପିଜି ଦରରେ ୧ ଟଙ୍କା ୨୩ ପଇସା ବୃଦ୍ଧି କରାଯାଇଛି। ଜୁନ୍ ମାସରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟ ୫୦୮ ଟଙ୍କା ୨୫ ପଇସାକୁ ବୃଦ୍ଧି ପାଇଛି। ମେ’ରେ ସେହି ସିଲିଣ୍ଡର ମୂଲ୍ୟ ୫୦୭ ଟଙ୍କା ୨ ପଇସା ଥିଲା। ଜୁନ୍ ମାସ ପାଇଁ ଗ୍ରାହକଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ୨୫୭ ଟଙ୍କା ୭୫ ପଇସାର ସବ୍‌ସିଡି ରାଶି ମିଳିବ। ଚଳିତ ମାସରେ ସେମାନଙ୍କୁ ୨୩୩ ଟଙ୍କା ୯୮ ପଇସାର ସବ୍‌ସିଡି ମିଳୁଛି। ସେହିପରି ଅଣ୍‌-ସବ୍‌ସିଡି ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କାର ବୃଦ୍ଧି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର