‘ଜ୍ଞାନ ବିକାଶ’ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌ରେ ‘ଜ୍ଞାନ ବିକାଶ’ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏହାର ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ସଫଳତାର ସହ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଭଲ ରୢାଙ୍କ ରଖିଛନ୍ତି। ଅନୁଷ୍ଠାନର ସିଇଓ ମୟୁରୀ ପ୍ରିୟଦର୍ଶିନୀ କହିଛନ୍ତି ଯେ, ଆମର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାକୁ ଜାତୀୟ ସ୍ତରରେ ପ୍ରମାଣିତ କରିଛନ୍ତି। ଆମ ଅନୁଷ୍ଠାନର ପାଖାପାଖି ଅଧା ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ଯାହା ଅନ୍ୟ ଯେକୌଣସି ଅନୁଷ୍ଠାନ ତୁଳନାରେ ବହୁତ ଭଲ ବୋଲି ସେ କହିଛନ୍ତି। ଅନୁଷ୍ଠାନର ଚେୟାରପର୍ସନ ବିକାଶ କୁମାର ସିଂହ ଓ ଅଙ୍କମ ଗଙ୍ଗାଧର କହିଛନ୍ତି ଯେ, ପରୀକ୍ଷା ପ୍ରସ୍ତୁତି ବେଳେ ପ୍ରତିଟି ଛାତ୍ରଛାତ୍ରୀଙ୍କୁ ଗୁରୁତ୍ବ ଦିଆଯାଉଥିଲା। ପିଲାଙ୍କ ପାଇଁ ଫାକଲ୍‌ଟିମାନେ ମଧ୍ୟ ପରିଶ୍ରମ କରୁଥିଲେ ଏବଂ ସମସ୍ତଙ୍କ ଦ୍ବନ୍ଦ୍ବକୁ ଦୂର କରିବାକୁ ପ୍ରୟାସ କରୁଥିଲେ।

ସମ୍ବନ୍ଧିତ ଖବର