ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳା

ନ୍ୟୁୟର୍କ: ଫୋର୍ବସ ମାଗାଜିନ୍ ପକ୍ଷରୁ ପ୍ରସ୍ତୁତ ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଭାରତର ଅନ୍ୟ ପ୍ରମୁଖ ମହିଳାଙ୍କ ମଧ୍ୟରେ ଏଚସିଏଲ୍‌ କର୍ପୋ‌ରେସନ ସିଇଓ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ରୋଶନି ନାଦର ମାଲହୋତ୍ରା ଏବଂ ବାୟୋକନ୍‌ର ପ୍ରତିଷ୍ଠାତା କିରଣ ମଜୁମଦାର ସ ରହିଛନ୍ତି। ତାଲିକାର ଶୀର୍ଷରେ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଥିବାବେଳେ ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି କ୍ରିଷ୍ଟିନ୍ ଲାଗାର୍ଡ ଏବଂ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷା ନାନ୍ସି ପେଲୋସି ରହିଛନ୍ତି।

ସମ୍ବନ୍ଧିତ ଖବର