ଏନ୍‌ଟିପିସି ଅର୍ଥ ନିର୍ଦ୍ଦେଶକ ହେଲେ କୁଳମଣି ବିଶ୍ବାଳ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ କ୍ଲିନଚିଟ୍‌ ପାଇବା ପରେ କୁଳମଣି ବିଶ୍ବାଳ ପୁଣି ଏନ୍‌ଟିପିସିର ଅର୍ଥ ନି‌େର୍ଦ୍ଦଶକ ପଦରେ ଅବସ୍ଥାପିତ ହୋଇଛନ୍ତି। ଗତକାଲି ‌ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ‌, ପ୍ରାୟ ବର୍ଷକ ପୂର୍ବେ ତାଙ୍କ ବାସଭବନରେ ସିବିଆଇ ଚଢ଼ଉ ପରେ ଏନଟିପିସିରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ନ‌ିଲମ୍ବନ ବିରୋଧରେ ଶ୍ରୀ ବିଶ୍ବାଳ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ। କୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ସେ ପୁଣି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି।

ସମ୍ବନ୍ଧିତ ଖବର