ମୋଟ ବ୍ୟାଙ୍କ ଜମାରେ ଲୋକଙ୍କ ଅବଦାନ ଅଧାରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଥିବା ସବୁ ବ୍ୟାଙ୍କରେ ୨୦୧୭ ମାର୍ଚ ଶେଷ ସୁଦ୍ଧା ୧୧୭ ଲକ୍ଷ କୋଟି ଟଙ୍କାର ଜମା ରାଶି ଥିଲା। ସେଥିରେ ଅଧାରୁ ଅଧିକ ଅବଦାନ ବ୍ୟକ୍ତିବିଶେଷଙ୍କର ରହିଛି। ପ୍ରବାସୀ ଭାରତୀୟଙ୍କ ଜମାର ଅବଦାନ ମଧ୍ୟ ବଢ଼ିଛି। ବର୍ଷ ଭିତରେ ବ୍ୟାଙ୍କ ଜମା ପରିମାଣ ୧୦୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ୧୧୭ ଲକ୍ଷ କୋଟି ହୋଇଛି। ଘରୋଇ ବ୍ୟାଙ୍କଗୁଡ଼ିକ ସର୍ବାଧିକ ଜମା ରାଶି ସଂଗ୍ରହ କରିଛନ୍ତି। ମୋଟ ଜମାରେ ଚଳନ୍ତି ଜମାର ଅବଦାନ ୯.୭% ହୋଇଥିବା ବେଳେ ୩୨.୧% ହେଉଛନ୍ତି ସଞ୍ଚୟ ଜମା ଓ ୫୮.୨% ହେଉଛି ମିଆଦୀ ଜମା ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର