୩୬ଟି ବିଳାସମୟ କାର୍‌ର ନିଲାମି ହେବ

ନୂଆଦିଲ୍ଲୀ: ଇନ୍‌ଫ୍ରାଷ୍ଟକ୍ଚର ଲିଜିଂ ଆଣ୍ଡ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ (ଆଇଏଲଏଫ୍‌ଏସ୍‌) ୩୬ ଟି ବିଳାସମୟ କାର ନିଲାମି କରିବାର ନିଷ୍ପତ୍ତି ନେଇଛି। ଏହି କାର ଭିତରେ ବିଏମ୍‌ଡବ୍ଲୁ,ଅଡି,ମର୍ସଡିଜି ବେଂଜ୍‌ ଓ ଜାଗୁଆର୍‌ ଭଳି ବିଳାସମୟ କାର ରହିଛି। ଏହି ଗାଡି ଗୁଡିକୁ ଆଇ ଏଫ୍‌ ଆଣ୍ଡ ଏଫ୍‌ଏସ୍‌ ଗ୍ରୁପ୍‌ ଅଫ୍‌ କଂପାନିର ଶୀର୍ଷ ପରିଚାଳକମାନେ ଚଳାଉଥିଲେ। ଏହି କାରଗୁଡିକର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା ବୋଲି କୁହାଯାଉଛି। ଏଗୁଡିକର ନିଲାମି ଦିଲ୍ଲୀ ଓ ମୁମ୍ବାଇଠାରେ କରାଯିବ ବୋଲି ଜଣାଯାଇଛି।


ଏଥିରେ ୭୨ଟି ବିଳାସମୟ କାର ରହିଛି। ଏଥିଭିତରୁ ପ୍ରଥମ ୩୬ଟି କାରର ନିଲାମି ଡାକିବାର ଶେଷ ତାରିଖ ହେଲା ଡିସେମ୍ବର ୧୮। ନିଲାମି କରାଯାଉଥିବା କାରଗୁଡିକ ଭିତରୁ ସବୁଠାରୁ ମହଙ୍ଗା ଗାଡ଼ି ହେଲା ମର୍ସିଡିଜ୍‌ର ଦୁଇଟି କାର୍‌ ଜିଏଲଏସ ୩୫୦ ଡି। ଯାହାର ରିଜର୍ଭ ପ୍ରାଇସ ହେଲା ୫୪ ଲକ୍ଷ ଓ ୫୧ ଲକ୍ଷ ଟଙ୍କା ରଖାଯାଇଛି। ଏହି କାରଗୁଡିକର ସାଧାରଣ ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ। ଏହି କାରଗୁଡିକ ୨୦୦୭ରେ କିଣାଯାଇଛି।

ସମ୍ବନ୍ଧିତ ଖବର