ଅଭିବୃଦ୍ଧି ୬.୯%କୁ ଖସିବ

ବେଙ୍ଗାଲୁରୁ: ଦେଶର ଅଭିବୃଦ୍ଧି ହାର ୬.୯% ସ୍ତରକୁ ଖସିଯିବ। ରଏଟର୍‌ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ସର୍ଭେରେ ଭାଗ ନେଇଥିବା ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି ଯେ ଅଭିବୃଦ୍ଧି ହାର ଏହି ସ୍ତରକୁ ଖସିଯିବ। ଏହାର ପ୍ରମୁଖ କାରଣ ହେଉଛି ୨୦୧୮ର ଅକ୍ଟୋବରରୁ ଡିସେମ୍ବର ଭିତରେ ଗ୍ରାମାଞ୍ଚଳରେ ଚାହିଦା ଦୁର୍ବଳ ହୋଇପଡ଼ିଥିବା ବେଳେ ସହରାଞ୍ଚଳରେ ଗ୍ରାହକମାନେ ଏତେଟା ଉତ୍ସାହିତ ନଥିଲେ। ରଏଟର୍‌ ପକ୍ଷରୁ ୫୫ ଜଣ ଅର୍ଥନୀତିଜ୍ଞଙ୍କ ମତା‌ମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦେଶର ଅଭିବୃଦ୍ଧି ହାର ୨୦୧୮ର ଜୁଲାଇ-ସେପେଟମ୍ବର ସମୟରେ ୭.୧% ଥିଲା। ଏହା ଯଦି ଆହୁରି ତଳକୁ ଖସିଯିବ ତେବେ ନିର୍ବାଚନୀ ବର୍ଷରେ ତାହା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ଚଳିତ ମାସ ୨୮ ତାରିଖ ଅପରାହ୍ନ ୫ଟା ୩୦ରେ ଜିଡିପି ତଥ୍ୟ ଜାରି କରାଯିବ। ଶେଷ ଥର ପାଇଁ ୨୦୧୮ର ଏପ୍ରିଲ୍‌-ଜୁନ୍‌ ‌ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୮.୨% ଥିଲା।

ସମ୍ବନ୍ଧିତ ଖବର