ଇସ୍ପାତ ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ନୂଆଦିଲ୍ଲୀ: ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ଇସ୍ପାତ ଉତ୍ପାଦନରେ ରେକର୍ଡ କରିଛି। ଚଳିତ ବର୍ଷ ଏପ୍ରିଲ୍‌ରେ କଂପାନି ୨୪୮,୦୦୦ ନିୟୁତ ଟନ୍ ଇସ୍ପାତ ଏବଂ ତତ୍‌ ସଂକ୍ରାନ୍ତୀୟ ଉତ୍ପାଦ ରପ୍ତାନୀ କରିଛି, ଯାହାକି ଗତ ମାର୍ଚ ତୁଳନାରେ ୧୦୯ ପ୍ରତିଶତ ଅଧିକ । ସମୁଦାୟ ବିକ୍ରୟରେ ରପ୍ତାନିର ୭୪ ପ୍ରତିଶତ ଯୋଗଦାନ ରହିଥିଲା। କୋଭିଡ୍‌-୧୯ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍ ସତ୍ତ୍ୱେ ଜେଏସ୍‌ପିଏଲ୍ ଭାରତରେ ୫୫୦,୦୦୦ ନିୟୁତ ଟନ୍ ଇସ୍ପାତ ଓ ଗ୍ରାନୁଲେଟେଡ୍ ପିଗ୍ ଆଇରନ୍ ଉତ୍ପାଦନ କରି ୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଜେଏସ୍‌ପିଏଲ୍ ଗ୍ରୁପ୍‌ ସମୂହ ‌ମୋଟ୍ ୬୫୫,୦୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିଛି। ଅନୁଗୁଳ ଠାରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ନେସରେସର୍ବାଧିକ ୨୯୮,୦୦୦ ନିୟୁତ ଟନ୍ ହଟ୍ ମେଟାଲ୍ ଉତ୍ପାଦନ କରାଯାଇଛି। ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦେଶକ ଭି ଏସ୍‌ ଶର୍ମା କହିଛନ୍ତି ଯେ, ଭାରତୀୟ ରେଳଏବଂ ପୂର୍ବ ଭାରତର ବିଭିନ୍ନ ବନ୍ଦର କତ୍ତୃପକ୍ଷଙ୍କ ସହଯୋଗ ହେତୁ ଜେଏସ୍‌ପିଏଲ୍ ଇସ୍ପାତ ଉତ୍ପାଦନ ଜାରି ରଖିବା ସହିତ ଉତ୍ପାଦ ରପ୍ତାନି କରି ମୂଲ୍ୟବାନ ବିଦେଶୀ ମୂଦ୍ରା ଆଣି ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି। କୋଭିଡ୍-୧୯ ସଂକଟ ସତ୍ତ୍ୱେ କଂପାନି ଚୀନ୍‌, ମାଲେସିଆ, ଜର୍ମାନୀ, ସ୍ପେନ୍‌, ଇଟାଲି, ଡେନ୍‌ମାର୍କ, ଫ୍ରାନ୍ସ, ସାଉଦି ଆରବ, ଓମାନ, କତାର ଏବଂ ୟୁଏଇ ପରି ଦେଶକୁ ଇସ୍ପାତ ରପ୍ତାନି କରୁଛି ।

ସମ୍ବନ୍ଧିତ ଖବର