ବିଶ୍ବର ସବୁଠୁ ମହଙ୍ଗା ବିରିୟାନି, ଏକ ପ୍ଲେଟ୍‌ର ଦାମ୍ ୧୯ ହଜାର ଟଙ୍କା

ନୂଆଦିଲ୍ଲୀ: ଦୁବାଇରେ ଥିବା ବମ୍ବେ ବରୋ ନାମକ ରେସ୍ତୋରାଁ ‘ରୟାଲ୍ ଗୋଲ୍ଡ ବିରିୟାନି’ ବିକ୍ରି କରି ଚର୍ଚ୍ଚା ସୃଷ୍ଟି କରିଛି। ଏକ ପ୍ଲେଟ୍‌ର ଦାମ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୯ ହଜାର ଟଙ୍କା। ଏହା ବିଶ୍ବର ସବୁଠୁ ମହଙ୍ଗା ବିରିୟାନିର ମାନ୍ୟତା ହାସଲ କରିଛି। ରୟାଲ୍ ଗୋଲ୍ଡ ବିରିୟାନିରେ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି। ବିରିୟାନି ଚାଉଳ, କିମା ଚାଉଳ ଏବଂ ଧଳା ଓ ନାରଙ୍ଗୀ ଚାଉଳ ଭଳି ତିନି ପ୍ରକାରରେ ଏହି ବିରିୟାନି ମିଳୁଛି। ଏହାକୁ ରୋଷ୍ଟେଡ୍‌ କାଜୁ, ଫ୍ରାଏଡ୍‌ ପିଆଜ, ବେବି ପଟାଟୋ, ସିଝା ଅଣ୍ଡା, ଡାଳିମ୍ବ, କାଶ୍ମୀରୀ ମେଣ୍ଢା ଶିଖ୍‌ କବାବ, ପୁରୁଣା ଦିଲ୍ଲୀର ମେଣ୍ଢା ଚପ୍, ରାଜପୁଟ ଚିକେନ୍ କବାବ, ମୁଗଲାଇ କୋପ୍‌ତା ଓ ମଲାଇ ଚିକେନ୍ ‌ରୋଷ୍ଟ୍‌ରେ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର