ସୁନା ଦାମ୍ ୩୮ ହଜାର ଟଙ୍କା!

ଦିନକରେ ବଢ଼ିଲା ୧୧୧୪ ଟଙ୍କା

ନୂଆଦିଲ୍ଲୀ : ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି। ଆଜି ସୁନାର ୧୦ ଗ୍ରାମ ପିଛା ଦର ୧୧୧୪ ଟଙ୍କା ବୃଦ୍ଧି ପାଇ ୩୭,୯୨୦ ଟଙ୍କାରେ ପହଞ୍ଚିଯାଇଥିଲା। ଖୁବ୍‌ଶୀଘ୍ର ଦର ୩୮ ହଜାର ଟଙ୍କା ଟପିଯିବ ବୋଲି ଆକଳନ କରାଯାଉଛି। ଆମେରିକା ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଲଢ଼େଇ ଯୋଗୁ ସୁନାର ଚାହିଦା ବଢ଼ିଯାଇଛି। କାରଣ ସୁନାରେ ନିବେଶକ କଲେ ତାହା ସୁରକ୍ଷିତ ରହିଥାଏ ବୋଲି ନିବେଶକମାନଙ୍କର ଏକ ବିଶ୍ବାସ ରହିଛି। ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣର ସୁନା କିଣିବାରେ ସେହି ଅର୍ଥରାଶିକୁ ଖର୍ଚ କରୁଛନ୍ତି। ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବା ଆରମ୍ଭ କରିଦେଇଛନ୍ତି। ଏହି ସବୁ କାରଣ ଯୋଗୁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି।

telegraph.co.uk

ସର୍ବଭାରତୀୟ ସରାଫ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶ ଭିତରେ ସୁନା ଦର ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। କିଛି ଦିନ ଭିତରେ ସୁନା ଦରରେ ବଡ଼ ଧରଣର ବୃଦ୍ଧି ହୋଇଛି। ଗତ ସୋମବାର ସୁନା ଦାମ୍ ୩୬,୯୭୦ ଟଙ୍କା ଥିଲା। ପ୍ରତିଦିନ ସେଥିରେ ଅଳ୍ପ ବହୁତ ବୃଦ୍ଧି ଜାରି ରହିଛି। ରୁପା ଦରରେ ମଧ୍ୟ ଆଜି ୬୫୦ ଟଙ୍କାର ବୃଦ୍ଧି ହୋଇଛି। ଏକ କେଜି ରୁପାର ଦାମ୍ ୪୩,୬୭୦ ଟଙ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର