ଆଦାନିଙ୍କୁ ଜେଡ୍ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ୍‌ ବର୍ଗର ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିପାଇଁ ଆଦାନି ମାସିକ ୧୫-୨୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ତାଙ୍କ ସୁରକ୍ଷା ପାଇଁ ସିଆର୍‌ପିଏଫ୍ କମାଣ୍ଡୋ ମୂତୟନ କରାଯିବ। ଆଦାନିଙ୍କ ଜୀବନ ପ୍ରତି ବିପଦ ଥିବା କେନ୍ଦ୍ରୀୟ ନିରାପତ୍ତା ଏଜେନ୍ସି ଜଣାଇବା ପରେ ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି। ଆଦାନିଙ୍କୁ ଭିଆଇପି ସୁରକ୍ଷା ଦେବା ଲାଗି ଗୃହ ମନ୍ତ୍ରଣାଳୟ ସିଆରପିଏଫ୍‌କୁ କହିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ମଧ୍ୟ ଜେଡ୍ ପ୍ଲସ୍‌ ସୁରକ୍ଷା ମିଳିଛି।

ସମ୍ବନ୍ଧିତ ଖବର